ଏକ୍ସଆଇଏମ୍ ୟୁନିଭର୍ସିଟିର ୯ତମ ୟୁଜି କନ୍ଭୋକେସନ୍ ୫୬୦ ଜଣଙ୍କୁ ୟୁଜି ଡିଗ୍ରୀ ପ୍ରଦାନ!
ଏକ୍ସଆଇଏମ୍ ୟୁନିଭର୍ସିଟିର ୯ତମ ୟୁଜି କନ୍ଭୋକେସନ୍ ୫୬୦ ଜଣଙ୍କୁ ୟୁଜି ଡିଗ୍ରୀ ପ୍ରଦାନ!

ଭୁବନେଶ୍ୱର,୩୦ା୪: ଏକ୍ସଆଇଏମ୍ ୟନୁଭର୍ସିଟିର ୯ତମ ୟୁଜି କନ୍ଭୋକେସନ ବୁଧବାର ନୂଆ କ୍ୟାମ୍ପସରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ୫୬୦ ଜଣଙ୍କୁ ୟୁଜି ଡିଗ୍ରୀ ପ୍ରଦାନ କରାଯାଇଛି, ଯେଉଁଥିରେ ବର୍ଷ ବର୍ଷ ଧରି ଶିକ୍ଷାନୁଷ୍ଠାନର ସଫଳତା ପ୍ରତିଫଳିତ ହୋଇଛି। ଏହି ୟୁନିଭର୍ସିଟିର ଛାତ୍ରୀଛାତ୍ରଙ୍କ ଆଗାମୀ ଭବିଷ୍ୟତ ସଫଳ ହେଉ ବୋଲି ଆମନ୍ତ୍ରିତ ଅତିଥିମାନେ ମତପ୍ରକାଶ କରିଛନ୍ତି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ଯୋଗଦେଇ ନେତୃତ୍ୱ, ଅଖଣ୍ଡତା ଏବଂ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କର ଭୂମିକା ବିଷୟରେ ବୁଝାଇଥିଲେ। ଯୁବ ସ୍ନାତକଧାରୀମାନେ ଆଗକୁ କିପରି ବଢିବେ ସେ ନେଇ ପ୍ରେରଣା ଦେଇଥିଲେ। ଉପସ୍ଥିତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସଲର୍ ଫାଦର୍ ଆଟୋଂନି ଆର୍ ଉଭାରୀ ଏସ୍. ଜେ, ରେଜିଷ୍ଟ୍ରାର୍ ଫାଦର୍ ଏସ୍. ଆଟୋଂନି ରାଜ୍ ଏସ୍ଜେ, ମୁଖ୍ୟ ଆର୍ôଥକ ଅଧିକାରୀ ଆରୋକିଆ ଦାସ ଭାନାଥାୟାନ୍, ପରୀକ୍ଷା ନିୟନ୍ତ୍ରକ ଅଧିକାରୀ ପ୍ରଫେସର ଭି.ଆର୍ ସତୀଶ କୁମାର, ବିଭିନ୍ନ ସ୍କୁଲ୍ର ଡିନ୍, ପ୍ରଫେସର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସ୍କୁଲ୍ ଅଫ୍ ସଷ୍ଟେନେବିଲିଟିର ଡିନ୍ ପ୍ରଫେସର ସୁତାପା ପତି ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଭାଇସ୍ ଚାନ୍ସଲର୍ ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷର ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଉପସ୍ଥାପିତ ବିଭିନ୍ନ ବିଦ୍ୟାଳୟର ଶୀର୍ଷ ମାନ୍ୟତାଧାରୀଙ୍କୁ ଏକାଡେମିକ୍ ଏକ୍ସଲେନ୍ସ ପଦକ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଶେଷରେ ରେଜିଷ୍ଟ୍ରାର୍ ଫାଦର୍ ଏସ୍. ଆଟୋଂନି ରାଜ୍ ଏସ୍ଜେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ। ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଏକ ଗୁଣାତ୍ମକ ଶିକ୍ଷା, ନେତୃତ୍ୱ ଏବଂ ସାମାଜିକ ଦାୟିତ୍ୱ ପ୍ରତିପାଦନ କରିବା ଆଦି ଜାରି ରଖିଛି।
What's Your Reaction?






