ନନ୍ଦିଘୋଷ ଟିଭିର ପଞ୍ଚମ ସ୍ୱନକ୍ଷତ୍ର ସ୍ୱରହୀନଙ୍କ ସ୍ୱର ହେଉ ଗଣମାଧ୍ୟମ: ନବୀନ ।।

ନନ୍ଦିଘୋଷ ଟିଭିର ପଞ୍ଚମ ସ୍ୱନକ୍ଷତ୍ର ସ୍ୱରହୀନଙ୍କ ସ୍ୱର ହେଉ ଗଣମାଧ୍ୟମ: ନବୀନ , ଗଣତନ୍ତ୍ର, ଗଣମାଧ୍ୟମ ଓ ଜନତା ଗୋଟିଏ ସରଳରେଖା ।।

Feb 16, 2025 - 02:00
Feb 16, 2025 - 02:01
 0  30
ନନ୍ଦିଘୋଷ ଟିଭିର ପଞ୍ଚମ ସ୍ୱନକ୍ଷତ୍ର  ସ୍ୱରହୀନଙ୍କ ସ୍ୱର ହେଉ ଗଣମାଧ୍ୟମ: ନବୀନ ।।

ଭୁବନେଶ୍ୱର, ୧୫।୨: ମିଥ୍ୟା ସତ୍ୟକୁ କିଛି ସମୟ ପାଇଁ ଘୋଡ଼ାଇ ଦେଇପାରେ, କିନ୍ତୁ ସବୁ ସମୟ ପାଇଁ ନୁହେଁ। ତେଣୁ ଗଣମାଧ୍ୟମ ସତ୍ୟର ଆଲୋକବର୍ତ୍ତିକା ହେବା ଉଚିତ। ଚାପ ଏବଂ ଚ୍ୟାଲେଞ୍ଜ ସତ୍ତେ୍ୱ ସାଧାରଣ ଲୋକଙ୍କ ସଫଳତା ଏବଂ ଦୁଃଖକୁ ପ୍ରଦର୍ଶିତ କରିବା ଉଚିତ ବୋଲି ନନ୍ଦିଘୋଷ ଟିଭିର ପଞ୍ଚମ ସ୍ୱନକ୍ଷତ୍ର ଅବସରରେ ଅନୁଷ୍ଠିତ ‘ଜାତି ନନ୍ଦିଘୋଷ କନ୍‌କ୍ଲେଭ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।


ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ  ‘ନନ୍ଦିଘୋଷ’ ଶବ୍ଦ ସହିତ ଓଡ଼ିଆ ଜାତିର ଭାବାତ୍ମକ ସମ୍ପର୍କ ରହିଛି। ନନ୍ଦିଘୋଷ ନାମ ଶୁଣିଲେ ମହାପ୍ରଭୁଙ୍କ ରୂପ ଆଖି ଆଗକୁ ଆସିଯାଏ। ନନ୍ଦିଘୋଷ ଟିଭି ଲୋକଙ୍କ ସ୍ୱର ହୋଇ ଓଡ଼ିଆ ଜାତିର ବିକାଶ ଯାତ୍ରାକୁ ଆହୁରି ଆଗକୁ ନେବାରେ ସହାୟକ ଭୂମିକା ନେଉ।  ଗଣତନ୍ତ୍ର, ଗଣମାଧ୍ୟମ ଓ ଜନତା ଗୋଟିଏ ସରଳରେଖାରେ ଅବସ୍ଥିତ। ଗଣତନ୍ତ୍ରରେ ଲୋକ ଶ୍ରେଷ୍ଠ ଏବଂ ଗଣମାଧ୍ୟମ ହେଉଛି  ଗଣତନ୍ତ୍ରର ଶକ୍ତିଶାଳୀ ମାଧ୍ୟମ। ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ଗଣମାଧ୍ୟମ ତାର ଗୁରୁ ଦାୟିତ୍ୱ ପାଳନ କରିବା ଉଚିତ୍‌। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି।

What's Your Reaction?

like

dislike

love

funny

angry

sad

wow

Rudra Prasad Panda Editor-In-chief, Odia State News Bhubaneswar